Passt nicht? Macht nichts! Sie können Artikel bis zu 30 Tage zurückgeben
Mit einem Geschenkgutschein können Sie nichts falsch machen. Der Beschenkte kann sich im Tausch gegen einen Geschenkgutschein etwas aus unserem Sortiment aussuchen.
Bis zu 30 Tage Rückgaberecht
ଏହି ସଂକଳନରେ ସ୍ଥାନିତ, ଯାହାକୁ ଗଳ୍ପ ବୋଲି ବର୍ଣ୍ଣନା କରିବା ବ୍ୟତୀତ ଅନ୍ୟ ଉପାୟ ନାହିଁ, ସେହି ଆତ୍ମାନୁଭୂତିଭିତ୍ତିକ ଲେଖା ବ୍ୟତୀତ ବେଳେବେଳେ ଆଉ ଏକ ଏକ ମହତ ସ୍ପନ୍ଦନ ଏ ଲେଖକକୁ ତନ୍ମୟ କରି ରଖେ । ଦିବ୍ୟ ଜୀବନର ସାଧକ ଶ୍ରୀଅରବିନ୍ଦଙ୍କର ତପସ୍ୟା ସହିତ ନିଜକୁ ଏକାତ୍ମ କରି ଦେଇଥିବା ଶ୍ରୀମା ମୋ ଜୀବନର ଶ୍ରେଷ୍ଠ ପ୍ରେରଣାଦାୟିନୀ ଶକ୍ତି । ପଣ୍ଡିଚେରୀ ଶ୍ରୀଅରବିନ୍ଦ ଆଶ୍ରମରେ ସେ ଯେତେବେଳେ ଥିଲେ ସାଧନାମଗ୍ନ, ସେତେବେଳେ ଯେଉଁ ସାଂସ୍କୃତିକ କାର୍ଯ୍ୟକ୍ରମଗୁଡ଼ିକର ଆୟୋଜନ ହେଉଥିଲା, ସେଥିରେ ପରିପୂର୍ଣ୍ଣ ହୋଇ ରହିଥିଲା ଏପରି ଏକ ସୂକ୍ଷ୍ମ ତରଙ୍ଗ, ଯାହାର ଉତ୍ସ ଅବସ୍ଥିତ ଅଦୃଶ୍ୟ ସୂକ୍ଷ୍ମ ଜଗତରେ । ଶ୍ରୀମାଙ୍କ ପ୍ରେରଣାରେ 'ଦି ରିଦମ୍ ଇଟରନାଲ୍' ନାମରେ ଯେଉଁ କାର୍ଯ୍ୟକ୍ରମଟିର ପରିକଳ୍ପନା ହୋଇଛି ଓ ନାଟ୍ୟ-ମଞ୍ଚ ଉପରେ ତାହାର ଅଭିନୟ ପ୍ରକାଶ କରିଛି ଚିରନ୍ତନ ସଙ୍ଗୀତର ଧ୍ୱନିକୁ, ତାହାର ଆଧାରରେ ରଚିତ ହୋଇଛି ଏହି ଗଳ୍ପଟି । ପୁସ୍ତକଟିର ନାମକରଣ ସମ୍ପର୍କରେ ଅତ୍ୟନ୍ତ ନିବିଡ଼ ଭାବରେ ଯେତେବେଳେ ମୋର ଅନ୍ତଃସତ୍ତା ସମାଧିସ୍ଥ, ସେତେବେଳେ ହିଁ ଅନ୍ତଃପ୍ରେରଣାର ଏକ ବିରଳ ସଂକେତ ସମୁଜ୍ଜ୍ୱଳ ହୋଇଉଠିଲା ମୋ ଭିତରେ । ଯାହାର ଅନୁପ୍ରେରଣା ଦ୍ୱାରା ପରିଚାଳିତ ହୋଇ ଏହି ନାମ ରଖିବା ପାଇଁ ମୁଁ ଥିଲି ଏକ ନିମିତ୍ତ ମାତ୍ର । ଇଂରାଜୀ ନାମ ବୋଲି ଓଡ଼ିଆ ଗଳ୍ପ ସଂକଳନର ନାମକରଣ ଯେ ହୋଇପାରିବ ନାହିଁ, ଏପରି ଚିନ୍ତନ ମୋତେ ଆଦୌ ବିଚଳିତ କରିଦେଇ ନାହିଁ । ସମଗ୍ର ସଂକଳନଟିରେ ଯେତିକି ଗଳ୍ପର ଭାବବିନ୍ୟାସ ହୋଇଛି, ସେସବୁ ଯଦି ଗୋଟିଏ ସୂତ୍ରରେ ଗୁନ୍ଥି ଦିଆଯାଏ, ତା'ହେଲେ ତାହା ହେବ - ଦି ରିଦମ୍ ଇଟରନାଲ୍ । ଗୋଟିଏ ଗଳ୍ପର ନାମକରଣ ମଧ୍ୟରେ ସଂକଳନସ୍ଥ ସବୁ ଗଳ୍ପର ଭାବ-ବ୍ୟାପ୍ତିକୁ ସହୃଦୟ ପାଠକମାନେ ନିଶ୍ଚୟ ଅନୁଭବ କରିପାରିବେ ବୋଲି ମୋର ସୁଦୃଢ଼ ବିଶ୍ୱାସ । ଏଠାରେ ଭାଷା ଶାଶ୍ୱତ ଭାବରାଶିର ଏକ ଉଜ୍ଜ୍ୱଳ ସଂକେତ ମାତ୍ର । ଏହି ଭାବଧାରା ଅନୁସରଣରେ ଭାବଗ୍ରାହୀ ପାଠକପାଠିକାବର୍ଗ ଉଦ୍ବୁଦ୍ଧ ହେଲେ ନିଜକୁ ଭାଗ୍ୟବାନ ମନେକରିବି ନିଶ୍ଚୟ ।
- ପ୍ରଫେସର ମଣୀନ୍ଦ୍ର କୁମାର ମେହେର
Hallo! Ich bin Libroamiko, dein Buchberater.
Wie kann ich dir helfen?