Passt nicht? Macht nichts! Sie können Artikel bis zu 30 Tage zurückgeben
Mit einem Geschenkgutschein können Sie nichts falsch machen. Der Beschenkte kann sich im Tausch gegen einen Geschenkgutschein etwas aus unserem Sortiment aussuchen.
Bis zu 30 Tage Rückgaberecht
ମଣିଷ ବିଦେଶରେ ରହି ଭାଷା ଭୁଲିଗଲେ ପରିଚିତି ସଂକଟର ସାମ୍ନା କରେ । ଓଡ଼ିଆ ସନ୍ତାନ ପୃଥିବୀର ବହୁ ଦେଶରେ ଅଛନ୍ତି ଓ ସେମାନେ ନିଜ ନିଜ କ୍ଷେତ୍ରରେ ସଫଳ ଓ ସମୃଦ୍ଧ । କର୍ମକ୍ଷେତ୍ରରେ ଓ ଦୈନନ୍ଦିନ ଜୀବନରେ ନିଜ ମାତୃଭାଷା ବ୍ୟବହାର କରିପାରନ୍ତି ନାହିଁ । କିନ୍ତୁ ପ୍ରଥମ ପିଢ଼ିର ପ୍ରବାସୀ ଓଡ଼ିଆମାନେ ସେମାନଙ୍କ ହୃଦୟର ନିକଟତମ ମାତୃଭାଷା ଓଡ଼ିଆକୁ ଭୁଲନ୍ତି ନାହିଁ । ସେମାନଙ୍କୁ ପଚାରିଲେ ସେମାନେ ନିଶ୍ଚୟ କହିବେ ସେମାନେ ସ୍ୱପ୍ନ ଦେଖନ୍ତି ମାଆର ଭାଷା ଓଡ଼ିଆରେ । ଆମେ ଓଡ଼ିଶାରେ ଥାଇ ଖବର ରଖୁ ବା ନ ରଖୁ କେତେ ପ୍ରବାସୀ ଓଡ଼ିଆ ବିଶେଷ କରି ଆମେରିକାରେ ଥିବା ପ୍ରଥମ ପିଢ଼ିର ସଫଳ ଓଡ଼ିଆ ମାତୃଭାଷାରେ ସାହିତ୍ୟ ରଚନା କରନ୍ତି । ମାଆ ଏବଂ ମାତୃଭାଷାର (ଲିପି) ମୁହଁ ସବୁଠୁ ସୁନ୍ଦର । ମାତୃଭାଷା ପୃଥିବୀର ମଧୁରତମ ସଂଗୀତ । ପ୍ରାଚୁର୍ଯ୍ୟ ଭିତରେ ଥାଇ ମଧ୍ୟ ଓଡ଼ିଆମାନେ ମାଆ ହାତରନ୍ଧା ଖାଦ୍ୟପେୟ ଏବଂ ମାତୃଭୂମିର ପର୍ବପର୍ବାଣି, ନୃତ୍ୟ-ଗୀତକୁ ଝୁରି ହୁଅନ୍ତି । ସେମାନେ ପ୍ରବାସୀ ଓଡ଼ିଆ ହେଲେ ମଧ୍ୟ ଛିନ୍ନମୂଳ ନୁହଁନ୍ତି । ଆପଣାର ଗାଁ, ଘର ଏବଂ ସଂସ୍କୃତି ପାଇଁ ସେମାନଙ୍କ ଭିତରେ ଉଚ୍ଚାଟ ଆବେଗ ସେମାନଙ୍କୁ ଲେଖାଏ । ଘର-ବାହାରେ ବେଶ୍ ପରିଶ୍ରମ କରନ୍ତି ସେମାନେ । ତା' ସତ୍ତ୍ୱେ ଯେଉଁ କେତେ ଜଣଙ୍କ ଭିତରେ ସୃଜନ ପ୍ରତିଭା ଅଛି, ସେମାନେ ଲେଖୁଛନ୍ତି । ଆମେ ସେମାନଙ୍କୁ କେତେ ପଢ଼ିଛୁ ଜାଣିଛୁ ସେଇଟା ସେମାନଙ୍କର ନୁହେଁ ଆମର ଦାୟିତ୍ୱ । ସାହିତ୍ୟ ଅନ୍ତଃପ୍ରେରଣାରୁ ସୃଷ୍ଟି ହେଲେ ମଧ୍ୟ ବାହ୍ୟ ପ୍ରେରଣାର ଭୂମି ଲେଖକର ସାହିତ୍ୟ ସୃଷ୍ଟିପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ । ପ୍ରବାସୀ ସାହିତ୍ୟ ଆମ ସାହିତ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଭିବ୍ୟକ୍ତି ବୋଲି ଆମେ ଏ ପର୍ଯ୍ୟନ୍ତ ବିଚାରିନାହୁଁ । ସେମାନଙ୍କ ସାହିତ୍ୟ ଉପରେ ଆଲୋଚନା-ସମାଲୋଚନା କେତେ ହୁଏ? ଉତ୍ତର ସମ୍ଭବତଃ ନା । ବିଳମ୍ବରେ ହେଲେ ମଧ୍ୟ ପ୍ରବାସୀ ସାହିତ୍ୟ ସୃଷ୍ଟି-ସମୀକ୍ଷାର ପ୍ରକାଶନ ସେମାନଙ୍କ ସାରସ୍ୱତ ସାଧନାକୁ ଗର୍ବିତ ସ୍ୱୀକୃତି ଦେବ ।
Hallo! Ich bin Libroamiko, dein Buchberater.
Wie kann ich dir helfen?