Passt nicht? Macht nichts! Sie können Artikel bis zu 30 Tage zurückgeben
Mit einem Geschenkgutschein können Sie nichts falsch machen. Der Beschenkte kann sich im Tausch gegen einen Geschenkgutschein etwas aus unserem Sortiment aussuchen.
Bis zu 30 Tage Rückgaberecht
"ପ୍ରତ୍ୟେକ ଭାଷା ସାହିତ୍ୟରେ ନବରସର ଅବତାରଣା ପାଠକର ମାନସିକତାକୁ କରେ ପ୍ରଭାବିତ ଓ ତଦନୁସାରେ ପାଠକ ପାଏ ସାହିତ୍ୟ ମହାସାଗରରୁ ଆନନ୍ଦ ରୂପକ ମୁକ୍ତାର ଅମୂଲ୍ୟ ବିଭବ । ବ୍ୟଙ୍ଗ ସାହିତ୍ୟ ତନ୍ମଧ୍ୟରୁ ଏକ ରୂପେ ନାମିତ କରାଯାଏ । ଏହି ପରିପ୍ରେକ୍ଷୀରେ ସୁସାହିତ୍ୟିକ କବିସୂର୍ଯ୍ୟ ବଳଦେବ ରଥ ଓ କବି ରବି ସିଂ ଆଦିଙ୍କର ଅନେକ ଉଦାହରଣ ଦେଖିବାକୁ ମିଳେ ।
ନିଜ ସମ୍ପର୍କରେ ଏ ବିଷୟରେ ଦୁଇପଦ କହିବାକୁ ଚାହିଁବି ସହୃଦୟ ମୋର ପ୍ରିୟ ପାଠକମାନଙ୍କ ଆଗରେ । ମନେପଡେ, ମୋର ଛାତ୍ର ଜୀବନରୁ ଏହିପରି କବିତା ପ୍ରତି ଏକ ଆକର୍ଷଣ ମତେ କେମିତି ଅଜାଣତରେ ମନ୍ତ୍ରମୁଗ୍ଧ କରିଥିଲା । ଅବଶ୍ୟ ନିରବଛିନ୍ନ ଭାବରେ ମୁଁ ତା'ର ସଦବ୍ୟବହାର କରିପାରିନାହିଁ ବିଭିନ୍ନ ପାରିବାରିକ ଓ ଚାକିରି ଜୀବନରେ ସମସ୍ୟା ବହୁଳତା ମଧ୍ୟରେ । ତେବେ ବିଭିନ୍ନ ବ୍ୟକ୍ତି, ବସ୍ତୁ ଓ ପରିସ୍ଥିତିର ଆଧାରରେ ଭିନ୍ନ ଭିନ୍ନ ସମୟରେ ଲେଖା, ବ୍ୟଙ୍ଗ କବିତା ସଂକଳନଟି ଆଜି ମୋର ପ୍ରିୟ ପାଠକ ପାଠିକାମାନଙ୍କୁ ଅର୍ପଣ କରିବାର ମନସ୍କତାକୁ ଏଡାଇ ପାରୁନାହିଁ । ଏଥିରୁ କେତେକ କବିତା 'ଅମୃତାୟନ', 'ପଶ୍ଚିମା', 'ସମାରୋହ' ଆଦି ପ୍ରତିଷ୍ଠିତ ପତ୍ରିକାମାନଙ୍କରେ ପ୍ରକାଶିତ ହୋଇଛି ।"
Hallo! Ich bin Libroamiko, dein Buchberater.
Wie kann ich dir helfen?