Passt nicht? Macht nichts! Bei uns ist die Rückgabe innerhalb von 30 Tagen möglich
Mit einem Geschenkgutschein können Sie nichts falsch machen. Der Beschenkte kann sich im Tausch gegen einen Geschenkgutschein etwas aus unserem Sortiment aussuchen.
30 Tage für die Rückgabe der Ware
କବି ବସନ୍ତ କୁମାର ମୁଦୁଲିଙ୍କ 'ବସନ୍ତ ବର୍ଣ୍ଣମାଳା' କବିତା ସଂକଳନଟିଏ ମାତ୍ର ନୁହେଁ, ଆଧୁନିକ ଓଡ଼ିଆ କବିତାର ଏକ ଐତିହାସିକ କୀର୍ତ୍ତିସ୍ତମ୍ଭ ଏବଂ ଇତିହାସୋତ୍ତର କାବ୍ୟଚେତନା ଓ କଳାବୋଧର ଏକ ଉଜ୍ଜ୍ୱଳ ସ୍ମାରକୀ । ତାଙ୍କ ରଚିତ ଚାରିଶତରୁ ଊର୍ଦ୍ଧ୍ୱ କବିତା ମଧ୍ୟରୁ ୧୪୫ ଗୋଟି କବିତାକୁ ନେଇ ଏବର 'ବସନ୍ତ ବର୍ଣ୍ଣମାଳା'ର ପରିବର୍ଦ୍ଧିତ ଓ ପରିମାର୍ଜିତ ସଙ୍କଳନ ଆମ ସାମ୍ନାରେ, ସତେ ଅବା ସୂର୍ଯ୍ୟାସ୍ନାତ କବିତାର ମୁକ୍ତି ଉତ୍ସବକୁ ତ୍ୱର୍ଯ୍ୟନାଦ କରି ଆବାହନ କରୁଛି!
ସଙ୍କଳନରେ ସଂଯୋଜିତ କିବତାଗୁଡ଼ିକର ସୃଷ୍ଟିକାଳ ଅଷ୍ଟମ ଦଶକ । କବି ପ୍ରତିଭାର ଉନ୍ମେଷ କାଳର କବିତାଗୁଡ଼ିକୁ ନେଇ ୧୯୮୧ ମସିହାରେ କବି ବସନ୍ତ ପ୍ରକାଶ କରିଥିଲେ ତାଙ୍କର ପ୍ରଥମ କବିତା ସଙ୍କଳନ 'ଯିଏ ଯେଉଁଠି ଅଛ' । ସେ କବିତା ଗୁଡ଼ିକରେ ଉଦ୍ଦାମତା ଥିଲା, ଥିଲା ବି ବ୍ୟକ୍ତିବୋଧ ଓ ସମାଜ ସଚେତନା, ବାସ୍ତବତା ତଥା ଅନୁଶୀଳନର କଳାତ୍ମକ ପ୍ରକାଶ । କବିପଣ ଫୁଟି ଆସୁଥିବାର କଢ଼! ବିକ୍ଷିପ୍ତ, ବିନ୍ୟାସିତ ହେଇଯିବାର ଦୀପ୍ତ ମାନସିକତା । ନିରାନ୍ତରଣାରେ ସେ ହେଲେ କାବ୍ୟ-ତପସ୍ୱୀ । ଏକ ସ୍ୱତନ୍ତ୍ର କାବ୍ୟଶୈଳୀ ଓ ଧାରାର ପ୍ରବର୍ତ୍ତକ, ନିର୍ମାତା, ଯିଏ ପରବର୍ତ୍ତୀ ସମୟରେ ପ୍ରତିଷ୍ଠା କରି ପାରିଛନ୍ତି ନିଜସ୍ୱ ଏକ ଅନନ୍ୟ ପ୍ରକାଶନ ଭଙ୍ଗୀ । କବିତାର ମୌଳିକ କଳାବୋଧକୁ ରକ୍ଷାକରି ଶୈଳୀ ଓ ଚେତନାର ଏକ ବୈପ୍ଳବିକ ତଥା ସୁସଂହତ ପୃଷ୍ଠଭୂମି ସେ ସୃଷ୍ଟି କରିଯାଇଛନ୍ତି । ବୈପ୍ଳବିକ ଅବବୋଧ ଓ ଜାଗ୍ରତ ଚେତନାର କବି ବସନ୍ତ ଶବ୍ଦ ଓ ଭାଷା ପ୍ରତି ରୁକ୍ଷ ବା ନିଷ୍ଠୁର ବ୍ୟବହାର କରିନାହାନ୍ତି କିମ୍ବା ଶବ୍ଦର ଗତାନୁଗତିକ ବିଭବକୁ ପ୍ରୟୋଗ କରିନାହାନ୍ତି, ବରଂ ଶବ୍ଦ ଓ ଭାଷା ତାଙ୍କ କବିତାରେ ଏକ ଜ୍ୟୋତିର୍ମୟ ଶକ୍ତି, ଯାହା ଆନ୍ତରିକତାରେ ନିବିଡ଼ । ତେଣୁ କବିତାର ବିନ୍ୟାସ ଅଜଣାରେ ଛୁଇଁଯାଏ ପାଠକର ଆତ୍ମାକୁ, କେବେକେବେ ତା' ଛାତିରେ ପିନ୍କଣ୍ଟାଟିଏ ଫୋଡ଼ିଦିଏ ଯେମିତି!
Hallo! Ich bin Libroamiko, dein Buchberater.
Wie kann ich dir helfen?